User:Sikun 12
ମୂଲ୍ୟାଙ୍କନ: ଏକ ନୂତନ ପରିଭାଷା
ଶବ୍ଦ ସଂରଚନା କୁ ଲକ୍ଷ୍ୟ କଲେ ପ୍ରତିପାଦିତ ହୁଏ ଯେ ମୂଲ୍ୟାଙ୍କନ ଶବ୍ଦ ଟି "ମୂଲ୍ୟ + ଅଙ୍କନ " ଦୁଇଟି ଶବ୍ଦ ର ସମ୍ମିଶ୍ରଣ ରୁ ଗଠିତ। ଏହାର ଅର୍ଥ ହେଉଛି ମୂଲ୍ୟ ନିର୍ଣ୍ଣୟ କରିବା। ଅର୍ଥାତ୍ ମୂଲ୍ୟାଙ୍କନକାରୀ ମୂଲ୍ୟାଙ୍କନ ର ସହାୟତା ରେ ବିଭିନ୍ନ ବସ୍ତୁ ଅଥବା ଜିନିଷ ର ମୂଲ୍ୟ ନିର୍ଦ୍ଧାରଣ କରି ତାକୁ ବିଭିନ୍ନ ସ୍ତରରେ ବିଭକ୍ତ କରିଥାଏ।
ମୂଲ୍ୟାଙ୍କନ ମୁଖ୍ୟତଃ ଦୁଇଟି ପ୍ରକାରର ହୋଇଥାଏ। ଯେପରିକି:-
1. ମାନବୀୟ ମୂଲ୍ୟାଙ୍କନ
2. ଅଣ-ମାନବୀୟ ଅଥବା ବସ୍ତୁ ବିଶିଷ୍ଟ ମୂଲ୍ୟାଙ୍କନ
1]. ମାନବୀୟ ମୂଲ୍ୟାଙ୍କନ:-
ଏହି ମୂଲ୍ୟାଙ୍କନ ସହାୟତା ରେ ମୂଲ୍ୟାଙ୍କନକାରୀ ମାନବୀୟ ସଫଳତା କିମ୍ବା ତ୍ରୁଟି ର ମୂଲ୍ୟାଙ୍କନ କରିଥାଆନ୍ତି। ଏହା ନିମ୍ନଲିଖିତ ଆଧାରରେ ହୋଇପାରେ:-
a)ଶୈକ୍ଷିକ ଆଧାରରେ ମାନବୀୟ ମୂଲ୍ୟାଙ୍କନ:-
ଏହି ପ୍ରକାରର ମୂଲ୍ୟାଙ୍କନ ସାହାଯ୍ୟ ରେ ମୂଲ୍ୟାଙ୍କନକାରୀ ଶିକ୍ଷଣ ସମୟରେ କିମ୍ବା ଶିକ୍ଷା ସମାପ୍ତ ହେବା ପରେ, ବିଭିନ୍ନ ପଦ୍ଧତି ସାହାଯ୍ୟରେ ସମ୍ପୃକ୍ତ ବିଷୟର ବୁଝାମଣା କୁ ମୂଲ୍ୟାଙ୍କନ କରିଥାଆନ୍ତି। ବିଷୟର ମୂଲ୍ୟାଙ୍କନ କରିବାପାଇଁ ମୂଲ୍ୟାଙ୍କନକାରୀ ସ୍ଵନିର୍ଦ୍ଧାରିତ ପଦ୍ଧତିରେ ବିଷୟ ସମ୍ଭନ୍ଧିତ ପ୍ରଶ୍ନ ଆଠଅଣା ମାନକ ପ୍ରଶ୍ନ କିମ୍ବା ପଦ୍ଧତିର ବ୍ୟବହାର କରିପାରିବେ ।
ଉପକାରିତା:-
1. ମୂଲ୍ୟାଙ୍କନକାରୀ ସମ୍ପୃକ୍ତ ବିଷୟରେ ବୁଝାମଣାର ସ୍ତର ଚିହ୍ନଟ କରିପାରନ୍ତି ।
2. ଯଦି ବିଷୟର ସର୍ବାଙ୍ଗୀନ ବୁଝାମଣା ବିକଶିତ ହୋଇପାରେ ନାହିଁ, ତେବେ ଅନ୍ୟ ପଦ୍ଧତିର ସହାୟତା ନେଇ ଏହାର ବିକାଶ କରାଯାଇପାରିବ।
3. ଦ୍ରୁତ ଶିକ୍ଷଣ ଏବଂ ଧୀର ଶିକ୍ଷଣ ଛାତ୍ରମାନଙ୍କୁ ଚିହ୍ନଟ କରି ଶିକ୍ଷାଦାନ ପ୍ରଣାଳୀ ସେହି ଅନୁଯାୟୀ ବ୍ୟବହାର କରାଯାଇପାରିବ।
4. ଯଦି ଛାତ୍ର କୌଣସି ମାନସିକ ବିକୃତି ର ଶିକାର ହେଉଛନ୍ତି, ତାଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇପାରିବ।
b) ଅଣ- ଶୈକ୍ଷିକ ଆଧାରରେ ମାନବୀୟ ମୂଲ୍ୟାଙ୍କନ:-
ଜଣେ ବ୍ୟକ୍ତିଙ୍କ ପାଖରେ ଥିବା ଅନ୍ତର୍ନିହିତ ପ୍ରତିଭା ଯେପରିକି ସହନଶୀଳତା,ନେତୃତ୍ୱ ଦକ୍ଷତା,ସାହଚର୍ଯ୍ୟ ଭାବନା,ଭାବପ୍ରବଣ ସ୍ଥିରତା ଇତ୍ୟାଦି ର ଚିହ୍ନଟ ଏହି ମୂଲ୍ୟାଙ୍କନ ସାହାଯ୍ୟରେ କରାଯାଇପାରିବ। ଉଦାହରଣ ସ୍ବରୂପ ବ୍ୟକ୍ତିତ୍ୱ ପରୀକ୍ଷା, ସାମଜିକ ଭାବନାର ଆକଳନ, ସହଯୋଗୀ ଭାବନାର ପରିଚୟ, ନେତୃତ୍ୱ କ୍ଷମତାର ପରୀକ୍ଷଣ ଇତ୍ୟାଦି ନିମିତ୍ତ ବିଭିନ୍ନ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରସ୍ତୁତ କରାଯାଇପାରେ ।
ଉପକାରିତା:-
1. ଏତଦ୍ଵାରା ଜଣେ ବ୍ୟକ୍ତିର ପ୍ରବୃତ୍ତି ତଥା ପ୍ରକୃତି ର ଚିହ୍ନଟ କରାଯାଇପାରିବ।
2. ଜଣେ ବ୍ୟକ୍ତି ସାମଜିକ କିମ୍ବା ସମାଜ ବିରୋଧୀ ବୋଲି ଚିହ୍ନଟ କରାଯାଇପାରିବ।
3. ବ୍ୟକ୍ତିତ୍ୱ ବ୍ୟାଧି ହେଲେ ତାହର ଉପଚାର କରାଯାଇପାରିବ।
2]. ଅଣ-ମାନବୀୟ ଅଥବା ବସ୍ତୁ ବିଶିଷ୍ଟ ମୂଲ୍ୟାଙ୍କନ:-
ଏହି ମୂଲ୍ୟାଙ୍କନ ର ସହାୟତାରେ ଆମେ ଯେକୌଣସି ବସ୍ତୁ କିମ୍ବା ଉପକରଣର ଦକ୍ଷତା କିମ୍ବା ଗୁଣବତ୍ତା ମୂଲ୍ୟାଙ୍କନ କରିପାରିବା। ଏଥିପାଇଁ ଅନେକ ପଦ୍ଧତିର ବ୍ୟବହାର କରାଯାଇପାରିବ।
ଉପକାରିତା:-
1. ବସ୍ତୁ କିମ୍ବା ଯନ୍ତ୍ରପାତିର ମୂଲ୍ୟାଙ୍କନ କରି ଏହାର କର୍ଯ୍ୟକାରୀତା ଏବଂ କାର୍ଯ୍ୟଦକ୍ଷତା କୁ ଜାଣିହେବ ।
2. ଏଥିସହିତ ଏହାର ଗୁଣବତ୍ତାର ଅନୁସନ୍ଧାନ କରାଯାଇପାରିବ।