Jump to content

User:Dharmaraz

From Wikipedia, the free encyclopedia

ନିଖୋଜ ଅତୀତର ଠିକଣା


             ସ୍ନେହପିପାସୁ ସୁରଞ୍ଜନ ଏକା ସଂଗେ ଯୁଝୁଥାଏ ହଜାରେ ବିରହ ର ଋତୁ । ମନ ଭିତରେ ତମାମ କ୍ରୋଧ,ଦ୍ୱେଷ, କୋହ ଫେଣ୍ଟାଫେଣ୍ଟି ହେଇ ମୁଖମଣ୍ଡଳ ରେ ଆଙ୍କିଦେଉଥାନ୍ତି ଗୋଟେ ଅଜବ ଶିହରଣ । ଇତସ୍ତତଃ ହେଲା । ସଜାଡ଼ି ନେଲା ଅସଂଜତ କେଶ ଗୁଡ଼ା ।ଦୀର୍ଘ୍ୟଶ୍ୱାସ ଟେ ନେଇ ଉପରମୁହାଁ ହେଇ ଦେଖିଲା ବେଳକୁ ଟ୍ରେନ ହାଜର !ଅସହଜପଣିଆ ସବୁ କୁ ବେଞ୍ଚ ଉପରେ ଥୋଇ ଦେଇ ଚଢ଼ିଗଲା ବଗି ନଂ ୩୧ । ଟ୍ରେନ ର ଗତି ଯେତେ ବଢୁଥାଏ ସେତିକି ବଢୁଥାଏ ତାର ନୀରବତା,ମଜ୍ଜି ଯାଇଥାଏ ସଂମ୍ପୂର୍ଣ୍ଣ ରୂପେ କେଉଁ ଏକ ବିଗତ ଅତୀତ ରେ ଦେଶ ରେ........।
        ଝାଏଁ କିନା ଖସି ପଡ଼ିବାର ଶବ୍ଦ  !ରକ୍ତ ଜୁଡୁବୁଡୁ ପ୍ରୀତମ ର ମୁଣ୍ଡ। କଷ୍ଟେମଷ୍ଟେ ପାପୁଲିରେ ଚାପିଦେଇ ଧାଇଁ ଆସିଲା ଗାଁ ମୁହଁ ।

ଆସିବାର ପରବର୍ତ୍ତୀ କ୍ଷଣକ ରେ ହିଁ ଗାଁ ସାରା ହୋ ହାଲ୍ଲା । ଏ ରକ୍ତ କାହାର ?କାହିଁକି ଏତେ ସାରା ରକ୍ତ ?କେଉଁଠୁ ଆସିଲା ରକ୍ତ ? ଏଇମିତି ଆହୁରି ହଜାରେ ପ୍ରଶ୍ନ ! ପ୍ରୀତମ ର ପାଟି ରେ କିନ୍ତୁ, କେବଳ ଓ କେବଳ ଗୋଟିଏ ଶବ୍ଦ-ସୁରଞ୍ଜନ !


               ଗାଁ ସ୍କୁଲ ର ହେଡ଼ମାଷ୍ଟର ରଘୁ ମାଷ୍ଟ୍ରେ ତାଂକର ହିଁ ସୁପୁତ୍ର ସୁରଞ୍ଜନ । ସଂଯୋଗବଶତଃ ବଜାର ରୁ ସଉଦା ସାରି ସେଇ ରାସ୍ତା ରେ ଫେରୁଥାନ୍ତି ସେ,ଭିଡ଼ ଦେଖି ଅଟକି ପଚାରି ବୁଝିଲେ ଖବର... ଶୁଣିଦେଇ ଖବର ସବୁ ଧଇଁସଇଁ ହେଇ ଦୌଡ଼ିଗଲେ ଘରମୁହାଁ ।ଦୌଡୁ ଦୌଡୁ ରାସ୍ତାରେ ଛିଟକି ହେଇ ପଡୁଥାଏ ତାଙ୍କର ସଂସ୍କାର ଆଉ ଦାୟିତ୍ୱବୋଧ ର ସନ୍ତକ । ଘରେ ପହଂଚି ରଡି ଛାଡିଲେ ସୁରଞ୍ଜନ...... ସୁରଞ୍ଜନ । ମା, ଜେଜେମା, ଜୁଳି ନାନୀ ସମସ୍ତେ ତ ଏଇଠି ହେଲେ ସେ କୁଆଡେ,ଶେଷ ରେ ଠାକୁର ଘର କବାଟ କୋଣ ରୁ ଧରାହେଲା ଅଲାଜୁଗ । କାନ ମୋଡ଼ି ଟାଣି ଆଣିଲେ ମଝ ଦୁଆର କୁ ।

ନିର୍ଧୁମ ଛେଚିଲେ । ବାହୁନି ବାହୁନି କାନ୍ଦୁଛି ମାଆ,ଜେଜେ ମା ବି ବାରଣ କରି କରି ନୟାନ୍ତ ।ଜୁଳି ନାନୀ କଣ ବା ଅଧିକା କରିଥାନ୍ତା । ତମାମ କ୍ରୋଧ ରେ ଭିଜୁଥାଏ ସୁରଞ୍ଜନ ର ସର୍ବାଙ୍ଗ ଦେହ । ଏଇ ମାଡ଼ କଣ ଦେଇପାରେ ଚିରକାଳ ଦରଜ ବରଂ କ୍ଷତି ଦେଇଯାଆନ୍ତି କେତୋଟି ଭୟାତୁର ଗ୍ଲାନି ! ଅର୍ଦ୍ଧେକ ସଂସାର ମସଗୁଲ ନିଦ ରେ,କିନ୍ତୁ ସୁରଞ୍ଜନ ଆଖି ରେ ଜମା ରୁ ନିଦ ନାଇଁ । ଏବେ ଲାଗେ ଚିହ୍ନା ମୁହଁ ସବୁଙ୍କୁ ପାସୋରି ଦେଇ ଚାଲିଯିବି କେଉଁ ଏକ ନୁଆଁ ରାଇଜ ।


                ମଧ୍ୟରାତ୍ରୀ ରେ ଚୁପଚାପ ଖସି ଆସିଲା ସୁରଞ୍ଜନ । ଅବଶ୍ୟ ଏକା ନୁହେଁ ସାଙ୍ଗରେ ଦୂରେଇ ଯିବାର ପ୍ରବଳ ମୋହ । ରାତି ପାହି ସକାଳ ହେଲା । ସାମ୍ନାପଟ କୁହୁଡ଼ି ରେ ଆଚ୍ଛନ୍ନ,ପଛେ ପଛେ ସେ । ସେଇଠୁ ମୁସ୍କିଲ ରେ ଦଶ ମିନିଟ ରେ ରାସ୍ତା ମାନପୁର ବସ ଷ୍ଟ୍ୟାଣ୍ଡ । ସେଠୁ ବସ ବସି ସିଧା ଗଲା ଭୁବନେଶ୍ୱର । ବସ ରୁ ଓଲ୍ହାଇ ସିଧା ଗଲା ରେଲୱେ ଷ୍ଟେସନ,ସେଠି କିଛି ଜଳଖିଆ କରି ବସି ପଡ଼ିଲା ପ୍ଲାଟଫର୍ମ ର ବେଞ୍ଚ ଉପରେ । ପଛ ପଟ ବେଞ୍ଚ ରେ ବସିଥାନ୍ତି ଦଳେ ପିଲା । ସେମାନଙ୍କର ହାବ-ଭାବ ରୁ ଯାହା ଜଣାପଡୁଥାଏ ସେମାନେ କାମ କରିବାକୁ ଯାଉଥିବେ କୁଆଡ଼େ । ସୁରଞ୍ଜନ ଦୋଦୋପାଞ୍ଚ ହେଇ ପଚାରିଲା- ଭାଇ ଶୁଣିବ, ତୁମେମାନେ କୁଆଡ଼େ ଯାଉଛ ? ସେମାନଙ୍କ ଭିତରୁ ଜଣେ ଉତ୍ତର ଦେଲା- ଆସାମ.... ମଜୁରୀ କରିବାକୁ ! ଏଥର ଟିକେ ସଂକୋଚ କରି ସେ କହିଲା - ମତେ ବି ସାଙ୍ଗ ରେ ନେବ ?

ନିଜ ନିଜ ଭିତରେ ଘଡ଼ିଏ କଥାବାର୍ତ୍ତା ହେଇ ସମସ୍ତେ ହଁ ଭରିଲେ ।

          କ୍ଳାନ୍ତିଭରା ରାତି, ନିର୍ଜନତା ର ରାସ୍ତାସବୁ ବାଷ୍ପୀୟ ଇଞ୍ଜିନ ର ଛୁକ୍ ଛୁକ୍ କୁହୁତାନ ପରି ଶୁଭୁଥାନ୍ତି ତାକୁ । ଏତେ ଏକା କେବେ ହେଇ ନ ଥିଲା ସୁରଞ୍ଜନ । ତା କାନ୍ଧ ରେ ହାତ ରଖି ସେମାନେ ଡାକିଲା ବେଳକୁ ଯାଏଁ ଜାଣିଲା ତା ସହ ଅଛନ୍ତି ଆହୁରି ଅନେକ ଲୋକବାକ । 

' ଚାଲ ଓଲ୍ହାଇବା ଷ୍ଟେସନ ଆସିଲା ' !


            ଝରକା ଖୋଲି ଦେଖିଲାବେଳକୁ ମାଳ ମାଳ ପର୍ବତଶ୍ରେଣୀ, ଦୂର ଦିଗବଳୟ ଯାଏଁ ଲମ୍ବିଥିବା କୁହୁଡ଼ି ଆଉ ସାମ୍ନା ପଟ ରୁ ଆସୁଥିବା ଗରମ ଚା ର ପ୍ରଖର ବାସ୍ନା । ଉପର କ୍ୟାବିନ ରୁ ବ୍ୟାଗ ଆଣି ଧିରେ ଧିରେ ଓହ୍ଲେଇଲା ଟ୍ରେନ ରୁ । ଓହ୍ଲେଇବା କ୍ଷଣି ସେ ଦେଖିଲା ଚା ଟପୋରି ରୁ ତାକୁ ଆସିବାକୁ ଇସାରା କରୁଥିବା ହାତମାନ । ଶୀଘ୍ର ଶୀଘ୍ର ଚା ସାରିଦେଇ ରିକ୍ସା ରେ ବସି ବାହାରି ଗଲେ ଚା ବଗାନ ।
         ଥାକ ଥାକ ହେଇ କଟାଯାଇଥିବା କୃତ୍ରିମ ଉଦ୍ୟାନ ସବୁ ମନଲୋଭା ଚା ଗଛ ରେ ଭର୍ତ୍ତି ।ସେଇଠୁ ନଜର ଫେରାଇ ଆଣିବା ବେଳେ ତାକୁ ଦିଶିଲା ତା ପାଟକୁ ହିଁ ଦେଖୁଥିବା ଲାଲ ଲାଲ ଦିଓଟି ଆଖି । ମନେ ମନେ ଭାବିଲା ଏଇଟା ମାଲିକ ବାବୁ !ତା ସହ ଆସିଥିବା ପିଲା ଗୁଡ଼ା ଆଗରୁ କହିଦେଇଥାନ୍ତି ବାବୁ ଙ୍କୁ ସୁରଞ୍ଜନ ର ମଜୁରୀ କରିବା କଥା । ଏତିକି ବେକେ ତାକୁ ଶୁଭିଲା - ଏ ଟୋକା ଦସ୍ତଖତ କର ଏଇଠି !
       ପାଖ ରେ ଥିବା ବାଉଁଶ ଡାଲା କୁ ପିଠି ରେ ବାନ୍ଧିଦେଇ ଲାଗି ପଡ଼ିଲେ କାମ ରେ,ତାଙ୍କ ସହ ମହିଳା ମାନେ ବି ସେଠାରେ ଚା ତୋଲୁଥାନ୍ତି ।
          ଆଠ ଘଂଟା ରେ କାମ !କାମ ସାରି ଫେରନ୍ତି ତାଙ୍କ ପାଇଁ ତିଆରି କରାଯାଇଥିବା ବାସସ୍ଥାନ କୁ । ମୁହଁ ଗୋଡ଼, ହାତ ଥୋଇଦେଇ ଖାଇଦିଅନ୍ତି ନିଜ ନିଜର ଭୋଜନ ଆଉ ଆରାମ ରେ ଶୋଇପଡ଼ନ୍ତି ସମସ୍ତେ । ସୁରଞ୍ଜନ କିନ୍ତୁ ଅଣନିଃଶ୍ୱାସୀ ହେଇ ପଡ଼ୁଥାଏ ସେଇଠି।   ତାର ଗାଁ ର ପାଣି, ପବନ, ମାଟି ସମସ୍ତଙ୍କୁ ଝୁରୁଥାଏ ଯେମିତି । ଘର,ପରିବାର,ପୂନେଇପରବ,ଯାନିଯାତ୍ରା ଏବେ ଏବେ ତା ପାଖରେ କୁହୁକ ସ୍ୱପ୍ନ ଭଳି । ସମାଚାର ରୁ ଶୁଣେ ଦେଶ ବିଦେଶ ର ଖବର । ଶୁଣିଛି ଏବେ ଆମ ଦେଶସାରା କୋରୋନା ର ଲହର । ଯାନବାହନ, ରାସ୍ତାଘାଟ ସମସ୍ତ ସୀମା ସରହଦ ସବୁ ଠପ ।
     ସକାଳୁ ଉଠି ଫି ଦିନ ଭଳି ସମସ୍ତେ ଗଲେ ଚା ବଗିଚା । ସେଠାରେ କିନ୍ତୁ ଆଜି ର ମାହୋଲ କିଛି ଟା ଭିନ୍ନ । ଶୁଣା ଯାଉଥାଏ ଚା ବଗାନ ରେ ବି କୋଭିଡ଼ ର ପ୍ରଥମ କେସ । ତାଂକ ସହ କାମ କରୁଥିବା ଜଣେ ଶ୍ରମିକ ଆକ୍ରାନ୍ତ ।


         ଗାଡ଼ି ମଟର, ଡ଼ାକ୍ତର, ନର୍ସ ଜଜବଜ ସେଇଠି । ଶୁଣା ଗଲା ସମସ୍ତ ଙ୍କର କୋଭିଡ ଟେଷ୍ଟ ହେବ !କେହି କୁଆଡ଼େ ନ ଯିବାକୁ ତାଗିଦ । ଟେଷ୍ଟ ହେଲା ରିପୋର୍ଟ ଆସିଲା ।ସୁରଞ୍ଜନ ସହ ଆହୁରି ଦଶ ଜଣ ଙ୍କ ରିପୋର୍ଟ ପୋଜିଟିଭ । ସେମାନଙ୍କୁ ନିଆଗଲା ନିକଟସ୍ଥ କ୍ୟୁରେଣ୍ଟିନ ସେଣ୍ଟର । ଅନ୍ଧାରମୟ କୋଠା ସବୁ,ଆଲୁଅ ଆଉ ଅନ୍ଧାର ର ଲୁକଲୁକାନୀ ଖେଳ ରେ ବଳି ପଡ଼ୁଥାଏ ସୁରଞ୍ଜନ । ଆଲୁଅ ଯେତେ ହାରୁଥାଏ ସୁରଞ୍ଜନ ଅନ୍ଧାର ର ସେତେ ନିକଟତର ।


           ବାପା ଦେଇଥିବା ମାଡ଼ ର ଦରଜ କେବେଠୁଁ ବାଷ୍ପ ହେଇଗଲାଣି,ସେଇ କ୍ରୋଧ ବି ତ ଶାନ୍ତ ପଡ଼ିଗଲାଣି ସମୟସ୍ରୋତ ରେ । ଅବଶ୍ୟ କେବେ କହିପାରିନି ବାପାଙ୍କୁ ପ୍ରୀତମ କୁ ଦେଇଥିବା ପୀଡ଼ା ଠୁଁ ସେ  ନିଜେ ପାଇଥିବା ଦରଜ କେତେ ବେଶି । ଜୁଳି ନାନୀ କୁ ନିଇତି କମେଣ୍ଟ ମାରୁଥିବା ପ୍ରୀତମ କୁ କେମିତି ଛାଡ଼ି ଦେଇଥାନ୍ତା ଏତେ ସହଜ ରେ ଯେ ।  

କେତେ ଚାହିଁଛି ଫେରିଯିବାକୁ ଅଥଚ ଫେରିପାରିନି କେବେ ।